Home >
ତୁଟିଲା ପଞ୍ଜାବ କଂଗ୍ରେସ କନ୍ଦଳ, ସିଦ୍ଧୁଙ୍କ ଦାୟତ୍ୱ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
Khabar Odisha:Chief-Minister-Amarinder-Singh-to-attend-Sidhu-Punjab-Congress-controversy-Sidhus-inauguration-ceremony

ପଞ୍ଜାବ, ଜୁଲାଇ ୨୨(ଖବର ଓଡ଼ିଶା): ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୁରୁବାର ନବନିଯୁକ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ରାଜ୍ୟ ୟୁନିଟ୍ ମୁଖ୍ୟ ଭାବରେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।

ଅମରିନ୍ଦର ଏହା ପୂର୍ବରୁ ଏକ ସର୍ତ୍ତ ରଖିଥିଲେ ଯେ ସେ ତାଙ୍କ ବିରୋଧରେ “ଅପମାନଜନକ” ଟ୍ୱିଟ୍ ପାଇଁ ସର୍ବସାଧାରଣରେ କ୍ଷମା ମାଗିବା ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ। ତାଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀରୁ ସ୍ୱତନ୍ତ୍ର ଭାବେ ଆସିଥିବା ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ଜିଦ୍‌ରେ ମଧ୍ୟ ସେ ସିଦ୍ଧୁଙ୍କୁ ଭେଟିବାକୁ ମନା କରିଦେଇଥିଲେ।

ପିପିସିସିର ନୂତନ ଭାବେ କାର୍ଯ୍ୟରତ୍ତ ସଭାପତି କୁଲଜିତ ସିଂ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ସିଦ୍ଧୁଙ୍କ ସମେତ ୫୬ ଜଣ ବିଧାୟକଙ୍କ ଦସ୍ତଖତ ନିମନ୍ତ୍ରଣ ପତ୍ର ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ନିମନ୍ତ୍ରଣ ଗ୍ରହଣ କରିଥିଲେ। ନିମନ୍ତ୍ରଣ ପତ୍ରରେ ଶପଥ ଗ୍ରହଣ ସମାରୋହରେ ଭାଗ ନେବାକୁ ଅନୁରୋଧ କରାଯାଇଥିଲା।

କାର୍ଯ୍ୟରତ୍ତ ସଭାପତିଙ୍କୁ ଭେଟିବା ପରେ ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ଟୁଇଟ୍ କରି କହିଛନ୍ତି: ଶୁକ୍ରବାର ଦିନ ସକାଳ ୧୦ ଟାରେ ପଞ୍ଜାବ ଭବନରେ ସମସ୍ତ ବିଧାୟକ, ସାଂସଦ ତଥା ବରିଷ୍ଠ ଦଳର କାର‌୍ୟ୍ୟକର୍ତ୍ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହା ପରେ ସମସ୍ତେ ନୂଆ ପିପିସିସି ଦଳ ସ୍ଥାପନ ପାଇଁ ସେଠାରୁ ପଞ୍ଜାବ କଂଗ୍ରେସ ଭବନକୁ ଯିବେ।ଏହି ଟୁଇଟରେ ସିଦ୍ଧୁଙ୍କ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ।

  • Tags:

Subscribe

National International State Sports Entertainment