ହରଡ଼ଗଣାରେ ଶିଳ୍ପପତି ବାପ-ପୁଅ,ଗିରଫ ହେଲେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଭୁବନେଶ୍ବର, ଅଗଷ୍ଟ 6(ଖବର ଓଡ଼ିଶା): Share story: ହରଡ଼ଗଣାରେ ପଡ଼ିଛନ୍ତି ଶିଳ୍ପପତି ବାପ-ପୁଅ । ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ତିନି ଦିନ ଧରି ଚଢାଉ କରିବା ପରେ ଆଜି ସକାଳୁ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ କାରବାର ମାମଲାରେ ସିବିଆଇ ସ୍କାନରରେ ଥିବା ବେଳେ ସକାଳ ଭୋର ୪ ଟାରେ ଚର୍ଚ୍ଚିତ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ ମିଶ୍ର ।ଏହା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଥିଲା ସିବିଆଇ ଏବଂ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି । ସୁଚନା ଅନୁସାରେ ସିବିଆଇ ଚର୍ଚ୍ଚିତଙ୍କ ନାଁରେ ମାମାଲା ରୁଜୁ କରିଥିବା ବେଳେ ଗତ କାଲି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ହୋଇଥିଲେ । , ୨୦ ଘଣ୍ଟା ପରେ ସିବିଆଇରୁ ବାହାରିଛନ୍ତି ମହିମା ମିଶ୍ର । ଗତକାଲି ଦିନ ୧୧ ଟାରୁ ବାପ ପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ୍ । ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଜେରା କରୁଥିଲା ସିବିଆଇ । ଖବର ଓଡ଼ିଶା, Reporter, 05/08/2022