ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ରେଙ୍ଗାଲି। ଏହି ବିଧାନସଭା ସଭା ଆସନରେ ଏବେ ବିଜେପି ପକ୍ଷରୁ ନିଜର ନିର୍ବାଚନ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଜେପି ଲୋକସଭା ପ୍ରାଥି ହେବା ପରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ପ୍ରତିଦିନ ମିଶ୍ରଣ ପର୍ବ ମାଧ୍ୟମରେ ଲୋକେ ବିଜେପି ସହ ଯୋଡ଼ି ହେଉଛନ୍ତି। ଏହି କ୍ରମରେ ରେଙ୍ଗାଲି ସପନେ ସେତୁ ନିକଟରେ ବିଜେପିର ନାରିଶକ୍ତ ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଶତାଧିକ ଲୋକ ବିଜେପିରେ ଯୋଗ ଦେଇଥିଲେ।
ବିଜେପି ରେଙ୍ଗାଲି ବିଧାୟକ ପ୍ରାଥି ନାଉରୀ ନାଏକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାଥି ନାଉରୀ ନାଏକ କହିଛନ୍ତି ଯେ ମୋଦି ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିଶେଷ କରି ରେଙ୍ଗାଲି ବ୍ଲକରେ ଥିବା ପାଣି ସମସ୍ୟାକୁ ଦୁର କରିବା ପାଇଁ କେନ୍ଦ୍ର ସରକାର ଜଳଜିବନ ମିଶନ ଯୋଜନାରେ ରାଜ୍ୟକୁ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ତାକୁ ବସୁଧା ନାମ ଦେଇ ସଠିକ ଭାବରେ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ତେବେ ଏହାର ଜବାବ ରେଙ୍ଗାଲି ଜନସାଧାରଣ ଦେବେ ବୋଳି ନାଉରୀ ନାଏକ କହିଛନ୍ତି।
ରେଙ୍ଗାଲି ସପନେ ଠାରେ ବିଜେପିର ଏହି ମିଶ୍ରଣ ପର୍ବକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ଥିବା କହିଛନ୍ତି। ତେବେ ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦର ପୁର୍ବତନ ସଭାପତି ରାଧେଶ୍ୟାମ ବାରିକ, ପୁର୍ବତନ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ଅଜିତ ଅଗ୍ରୱାଲ, ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର, ରେଙ୍ଗାଲି ବିଜେପି ମଣ୍ଡଳ ସଭାପତି ନବିନ ପ୍ରଧାନ ଆଦି ଯୋଗ ଦେଇଥିଲେ।