Home >
ବଲାଙ୍ଗୀର ଛୁରା ମାଡ ଘଟଣା: କ୍ରାଇମ ସିନରିକ୍ରିଏସନ୍ କଲା ପୋଲିସ
Khabar Odisha:Balangir-stabbing-incident-Police-do-crime-scene-rereaction
ଖବର ଓଡିଶା : 26/05/2023:

ବଲାଙ୍ଗୀରରେ ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ଦୁଇ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନରିକ୍ରିଏସନ୍ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । କ୍ରାଇମସିନ୍ ରିକ୍ରିଏସନ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଆଜି ପ୍ରେସମିଟ କରି ସୂଚନା ଦେଇଛି ପୋଲିସ । 

ଦୁଇ ହତ୍ୟା ଅଭିଯୁକ୍ତ ବିମଲ ରାଉଳ ଓ ପ୍ରିତମ କଲତାଙ୍କୁ ଗତକାଲି ଜିଲ୍ଲା ବାହାରୁ ଉଠାଇଥିଲା ପୋଲିସର ସ୍ବତନ୍ତ ଟିମ୍ । ପୂର୍ବରୁ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ କୌଣସି ପରିଚୟ ନଥିଲା । ତେବେ ବଚସାରୁ ହିଁ ଯୁବକଙ୍କୁ  ଅଭିଯୁକ୍ତ  ଛୁରାମାଡ କରିଥିଲେ । ସେପଟେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପଚରାଉଚରା ଚାଲିଛି ବୋଲି କହିଛନ୍ତି ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ । 

Subscribe

National International State Sports Entertainment