Home >
ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବାବା ରାମଦେବଙ୍କ ବୟାନ
Khabar Odisha:Baba-Ramdev-spoke-about-population-control
Khabar Odisha:26/5/2023

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ପୁଣିଥରେ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ଏକ କାର୍ଯ୍ୟକ୍ରମରେ ରାମଦେବ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ହେବା ନିତ୍ୟାନ୍ତ ଜରୁରୀ। ଦେଶର ଜନସଂଖ୍ୟା ଏବେ ଦେଶ ପାଇଁ ଆଗକୁ ସାଂଘାତିକ ସ୍ଥିତି ସୃଷ୍ଟି କରିବ । ତେଣୁ ଦେଶର ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରାଯିବା ଉଚିତ୍ ବୋଲି କହିଛନ୍ତି ରାମଦେବ ।

ଯୋଗଗୁରୁ ବାବା ରାମଦେବ କହିଛନ୍ତି, ଦେଶରେ ଏବେ ଜନସଂଖ୍ୟା ୧୪୦ କୋଟିରୁ ଅଧିକ ହେଲାଣି । ଦେଶ ଏବେ ଏହାଠାରୁ ଅଧିକ ବୋଝ ସହିପାରିବନି । ଏତେ ଲୋକଙ୍କୁ ସବୁ ପ୍ରକାର ସୁବିଧା ସହ ରୋଜଗାର ଦେଇପାରୁଛୁ ତାହା ବଡ କଥା । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଆସିବା ଦରକାର । ଯାହାଦ୍ୱାରା ଦେଶର ସମ୍ବଳକୁ ସଠିକ୍ ଢଙ୍ଗରେ ଉପଯୋଗ କରାଯାଇପାରିବ । ଏହାସହ ଉତ୍ତରାଖଣ୍ଡକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବା ରାମଦେବ । ଦେବଭୂମିକୁ ପ୍ରଧାନମନ୍ତ୍ରୀ ମୋଦୀ ବଡ ଭେଟି ଦେଇଛନ୍ତି । ଏହା ପ୍ରଥମଥର  ନୁହେଁ ଏହାପୂର୍ବରୁ ମଧ୍ୟ ଅନେକ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି ରାମଦେବ । ଦୁଇଟି ଶିଶୁଙ୍କ ପରେ ଜନ୍ମ ନେଉଥିବା ଶିଶୁଙ୍କୁ ମତାଧିକାର, ନିର୍ବାଚନ ଲଢିବା ଅଧିକାର ଓ ଅନ୍ୟ ସରକାରୀ ସୁବିଧା ବଞ୍ଚିତ କରାଯିବା ଉଚିତ୍ । ଦେଶର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ରାମଦେବ ।

Subscribe

National International State Sports Entertainment