Home >
ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅନିୟମିତତାର ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାସଂଦ
Khabar Odisha:BJP-team-meets-Union-Minister-Piyush-Goyal-over-allegations-of-irregularities-in-PMs-poor-welfare-scheme

ନୁଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୨(ଖବର ଓଡ଼ିଶା): କେନ୍ଦ୍ର ସରକାର ୨୦୨୦ରେ ୧୨.୯୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଦେଇଥିବା ବେଳେ ସେଥିରୁ ୧୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟ ସରକାର ଉଠେଇଥିବା ବେଳେ ୪୪ହଜାର ମେଟ୍ରିକ୍ ଟନ୍ ଉଠାଇ ନାହାଁନ୍ତି। ସେହିପରି ୨୦୨୧ ମେ ମାସରୁ ଜୁଲାଇ ମଧ୍ୟରେ ୧୧.୩୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଦିଆ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬.୨୨ ଲକ୍ଷ ମେଟ୍ରିକ୍ ଟନ୍ ଉଠାଇଛନ୍ତି।

ଆହୁରି ୫ ଲକ୍ଷ ୧୩ ହଜାର ମେଟ୍ରିକ୍ ଟନ୍ ଉଠାଇ ନାହାଁନ୍ତି। ସେ ଚାଉଳ ନ ଉଠାଇବାର କାରଣ କଣ ବୋଲି ପ୍ରଶ୍ନ କରିଛି ବିଜେପି। ଖୋର୍ଦ୍ଧା, କେନ୍ଦ୍ରାପଡ, କେନ୍ଦୁଝର ଭଳି ୧୫ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେବଳ ୧୦ ପ୍ରତିଶତ ଚାଉଳ ଉଠା ଯାଇଛି। ବାକି ଚାଉଳ କୁଆଡେ ଗଲା ତାର ଉତ୍ତର ସଂପୃକ୍ତ ଅଧିକାର ଦେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟରେ ୯୨ଲକ୍ଷ ୮୩ ହଜାର ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ମେ ମାସ ରେ ୮୩ ଲକ୍ଷ ୩୯ହଜାର ହିତାଧିକାରୀ କେବଳ ଚାଉଳ ପାଇଛନ୍ତି। ବାକି ୫ ଲକ୍ଷ ୪୩ ହଜାର ହିତାଧିକାରୀ ଗଲେ କୁଆଡେ ବୋଲି ବିଜେପି ପ୍ରଶ୍ନ କରିଛି। କେନ୍ଦ୍ର ସରକାର ଦେଉଥିବା ଚାଉଳ ଏବଂ ରାଜ୍ୟ ବାଣ୍ଟୁ ଥିବା ଚାଉଳରେ ଅନେକ ପାର୍ଥକ୍ୟ ଦେଖାଯାଉଛି।ଏହାକୁ ନେଇ ତୁରନ୍ତ ତଦନ୍ତ କରିବାକୁ ପୀୟୂଷ ଗୋଏଲ କୁ ଦାବି କରିଛନ୍ତି ବିଜେପି ସାଂସଦ। 

ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ପ୍ରତି ମାସ ରେ ୨୫ ଲକ୍ଷ କ୍ଵିଣ୍ଟାଲ ଭୁତ ନା ରେ ଚାଉଳ ଉଠା ଯାଉଚି ବୋଲି କହିଛନ୍ତି। ଜବାବ ରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ୭ ଦିନ ମଧ୍ୟ ରେ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ସହ ତୃତୀୟ ପକ୍ଷ ଦ୍ଵାରା ଅଭିଯୋଗ ର ତଦନ୍ତ କରିବେ ବୋଲି କହିଛନ୍ତି।

  • Tags:

Subscribe

National International State Sports Entertainment