ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କଡା ସୁରକ୍ଷାରେ ପୁରୀରେ ପହଂଚି ଜଗନ୍ନାଥଙ୍କୁ କଲେ ଦର୍ଶନ । ପୁରୀରେ ସେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି । ଗତକାଲି ଗୁୱାହାଟିର କାମାକ୍ଷା ଦର୍ଶନ ସାରି ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ରାଜସ୍ଥାନର ଶ୍ରୀନାଥଜୀ ମନ୍ଦୀରରେ ବାଲ୍ୟବନ୍ଧୁ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଥିଲା। ରାଧିକା ହେଉଛନ୍ତି ଉଦ୍ୟୋଗପତି ବିରେନ ମର୍ଚ୍ଚାଣ୍ଟ ଏବଂ ଶୈଳାଙ୍କ ଝିଅ। ୨୦୧୮ରେ ଉଭୟଙ୍କର ଏକ ଫଟୋ ଭାଇରାଲ୍ ହୋଇଥିଲା । ସେବେଠୁ ଦୁହିଁଙ୍କ ସମ୍ପର୍କ ଲୋକଲୋଚକୁ ଆସିଥିଲା। ଏହି ନିର୍ବନ୍ଧ ସମାରୋହରେ ଉଭୟ ପରିବାର ସମସ୍ତ ସଦସ୍ୟ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ବିବାହ ତାରିଖ ସ୍ଥିର ହେବାପରେ ଏବେ ଅନନ୍ତ ଭାରତର ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ଦିଅଁ ଦର୍ଶନ କରୁଛନ୍ତି। ତେଣୁ ବିବାହ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ଅନନ୍ତ ଅମ୍ବାନୀ ଓଡିଶା ଆସିଛନ୍ତି।