ଜୋନ୍ ପାଲଟିଥିବା ନାଗାବଳୀ ନଦୀର ଝୁଲା ପୋଲକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ପ୍ରଶାସନ । ଝୁଲାପୋଲରେ ବାରମ୍ବାର ଅଘଟଣ ଘଟୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ।
ସୁଚନା ଅନୁସାରେ ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲର ଆଖପାଖ ଏବେ ଲୋକଙ୍କ ପାଇଁ ବିପଦ ସାଜିଛି। ପର୍ଯ୍ୟଟକ ସ୍ଥଳରୁ ଧୀରେ ଧୀରେ ଡେଥ ଜୋନର ପରିଚୟ ନେବାରେ ଲାଗିଛି ।
ବିଗତ ୫ ବର୍ଷର ରେକର୍ଡ କହୁଛି ସୁରକ୍ଷା ଅଭାବରୁ ଏଠାରେ ବୁଡି ମଲେଣି ୨୭ ପର୍ଯ୍ୟଟକ । ଗୋଟିଏ ପଟେ ଦକ୍ଷିଣ ଭାରତର ପ୍ରସିଦ୍ଧ ଶକ୍ତି ପୀଠ ମଝିଘରିଆଣୀ ତ ଅନ୍ୟ ପଟେ ରାୟଗଡାର ଅପରୂପ ସୌନ୍ଦର୍ଜ୍ୟରେ ଭରପୁର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ରାୟଗଡା କୁ ଆସନ୍ତି ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦର୍ଶନ ପାଇଁ ।