ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୧୫ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ ନୂଆଦିଲ୍ଲୀ,ଅଗଷ୍ଟ ୧୭(ଖବର ଓଡିଶା): Share story: ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ୧୫ ଦିନ ଯାଏ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ। ସୂଚନା ଅନୁସାରେ, ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା। ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଥିଲା ଯାହାକୁ ନେଇ ୨ ଥର ନୋଟିସ ହୋଇଥିଲା । ତେବେ ନୋଟିସ ସତ୍ତ୍ୱେ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ହାଇକୋର୍ଟ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଓଡ଼ିଶା, Reporter, 17/08/2022