Home >
ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ,ଅଭିଯୁକ୍ତ ଗିରଫ
Khabar Odisha:Accused-of-molesting-young-woman-in-the-capital-accused-arrested
ଭୁୁବନେଶ୍ୱର, ମେ 13(ଖେବର ଓଡିଶା):

  ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ କିଶନ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି ।

ସୁଚନା ଅନୁସାରେ ଗତକାଲି ଚନ୍ଦ୍ରଶେଖରପୁର ସ୍ଥିତି ଏମ୍ବାସି ବାର୍ ରେ ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିଲା । ଯାହା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ବେହୋସ ଅବସ୍ଥାରେ ଦୁଷ୍କର୍ମ କରାଯାଇଛି ।

ହେଲେ କୌଣସି ପ୍ରକାରରେ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ଯୁବତୀ । ସୁଚନା ଅନୁସାରେ ରାଜଧାନୀରେ ଡ୍ୟାନ୍ସ ବ୍ୟାରକୁ ବର୍ତ୍ତମାନ ଅନୁମତି ମିଳିବା ପରେ ଏଭଳି ଜଘନ୍ୟକାଣ୍ଡ  ସାମ୍ନାକୁ ଆସିଛି । ଗତକାଲି ବାର ଖୋଲୁ ଖୋଲୁ ଆଜି ଏପରି ନଜର ଆସିଛି । 

  • Tags:

Subscribe

National International State Sports Entertainment