ଚିଲିକା ଟାପୁରେ ବୁଲୁଛି ବାଘ, ୫ ଟି ବନ୍ୟପ୍ରାଣୀ ରେଞ୍ଜ୍ରେ ଚାଲିଛି ହିଂସ୍ର ଜୀବଜନ୍ତୁ ଗଣନା ଖବର ଓଡିଶା 14/01/2026 Share story: ଚିଲିକା : ଚିଲିକା ଟାପୁ ଭିତରେ ଚାଲିଛି ବାଘ ଗଣନା । ଚିଲିକା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ୫ ଟି ବନ୍ୟପ୍ରାଣୀ ରେଞ୍ଜ୍ରେ ଚାଲିଛି ହିଂସ୍ର ଜୀବଜନ୍ତୁ ଗଣନା । ହେଟା ବାଘ, ପାଣି ଓଧ, ଜଙ୍ଗଲୀ ବିଲେଇଙ୍କ ସଂଖ୍ୟା କେତେ ତାହା ଜାଣିବାକୁ କସରଥ ଚଳାଇଛି ବନ ବିଭାଗ । ଚିଲିକା ଡିଏଫ୍ଓଙ୍କ କାର୍ଯ୍ୟାଳୟ ନେତୃତ୍ୱରେ ଚିଲିକାର ୫ ଟି ରେଞ୍ଜ ଟାଙ୍ଗୀ, ଚିଲିକା, ରମ୍ଭା, ସାତପଡା, ବାଲୁଗାଁରେ ଚାଲିଛି ହିଂସ୍ର ଜନ୍ତୁ ଗଣନା । ଚିଲିକା ଡିଭିଜନର ସମସ୍ତ ବନ କର୍ମଚାରୀ ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଗଣନା କରିଛନ୍ତି । ଜଙ୍ଗଲରେ ତଥା ଚିଲିକା ଟାପୁରେ କେତେ ସଂଖ୍ୟାରେ ବାଘ ଅନ୍ୟ ଜୀବଜନ୍ତୁ ରହିଛନ୍ତି ଗଣନା ସରିଛି । ସମସ୍ତ ରିପୋର୍ଟ ଡିଏଫ୍ଓଙ୍କୁ ରେ ହସ୍ତାନ୍ତର କରାଯାଇଛି । ଚୂଡାନ୍ତ ରିପୋର୍ଟ କିଛି ଦିନ ପରେ ଆସିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ : ନିୟମ ଭାଙ୍ଗିଲେ କଟିବ ଡ୍ରାଇଭିଂ ଲାଇସେନ୍ସ Kalyani Sahoo , Author, 14-01-2026 1:11PM