Home >
ଦିନେ ବଢିଲେ ଦିନେ କମୁଛି, ଗତ ୨୪ ଘଣ୍ଟାରେ ୫୨୧ କୋଭିଡ୍ ପଜିଟିଭ୍ ଚିହ୍ନଟ
Khabar Odisha:521-positive-in-odisha
ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡିଶା):

ରାଜ୍ୟରେ ପାର୍ବଣ ଋତୁରେ ସକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଗତକାଲି କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ଆଜି ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ହୋଇଛି । ଗତ ୨୪ ଘଣ୍ଟାରେ ୫୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩୮୦୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୪ ଜଣ କ୍ୱାରେଣ୍ଟାଇନରୁ ଟିହ୍ନଟ ହୋଇଥିବା ବେଳେ ୨୧୭ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ଆକ୍ରାନ୍ତ ୬୫ ଜଣ ରହିଛନ୍ତି । 

ଅନୁଗୁଳରୁ ୨, ବାଲେଶ୍ୱରରୁ ୧୭, ବରଗଡରୁ ୩, ଭଦ୍ରକରୁ ୩, ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୬୦, ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଜଗସିଂହପୁରରୁ ୧୫, ଯାଜପୁରରୁ ୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୪୯, କୋରାପୁଟରୁ ୬, ମୟୂରଭଞ୍ଜରୁ ୨୧, ନୟାଗଡରୁ ୯, ପୁରୀରୁ ୧୩, ରାୟଗଡାରୁ ୧, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲରୁ ୬୧ ଜଣ ରହିଛନ୍ତି । 

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୧୦୩୩୮୦୯ ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୩୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୦୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୨୦୮୯୨୨୯୭ ସାମ୍ପୁଲ ଟେଷ୍ଟ ହୋଇଛି ।

  • Tags:

Subscribe

National International State Sports Entertainment