ରାତ୍ରି ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ |ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ। ଆବାସିକ ବିଦ୍ୟାଳୟରେ ରାତ୍ର ଭୋଜନ ଖାଇ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୂଚନା ମୁତାବକ ସାଲେଭଟା ପ୍ରାଥମିକ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ ୪୪ଜଣ ପିଲା ରହି ପାଠ ପଢ଼ୁଛନ୍ତି। ଗତକାଲି ରାତିରେ ଭୋଜନରେ ପିଲାମାନେ ଭାତ ଓ ଅଣ୍ଡା ତରକାରୀ ଖାଇଥିଲେ। ଖାଇବାର କିଛି ସମୟ ପରେ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ପ୍ରବଳ ବାନ୍ତି ହୋଇଥିଲା। ଏହାପରେ ରାତିରେ ୨୧ ଜଣ ପିଲାମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତମାନ ସେମାନେ ସୁସ୍ଥ ଥିବା ଜଣାପଡିଛି |