ଭୁବନେଶ୍ୱର, ଜୁନ ୩ ( ଖବର ଓଡ଼ିଶା):
ଓଡ଼ିଶାରେ ସମ୍ପୂର୍ଣ ୩୦ ଟି ଜିଲ୍ଲାରେ କାୟା ମେଲାଇଛି ମହାମାରୀ କରୋନା ଭାଇରସ। ଆଜି ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ା ରେ ଜଣେ କରୋନା ପଜିଟିଭ ଚିହ୍ନଟ । ଏହା ସହ ୩୦ ତମ ଜିଲ୍ଲା ଭାବେ ରାୟଗଡ଼ା ଜିଲ୍ଲା ଛୁଇଁଲା କରୋନା ।
ଆଜି ରାଜ୍ୟରେ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ରାୟଗଡ଼ା ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେ ନିକଟରେ ଦିଲ୍ଲୀରୁ ଫେରି ସଙ୍ଗରୋଧରେ ଥିଲେ ବୋଲି ଜଣାପଡିଛି ।