ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ନୂଆଗାଁ ଗ୍ରାମର ଶହୀଦ ରାଜକିଶୋର ମୁଣ୍ଡାଙ୍କ ପାର୍ଥିବ ଶରୀରରେ ଓଡ଼ିଶାରେ ପହଁଚଞ୍ଚି । ଶହୀଦ ରାଜକିଶୋରଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜକିଶୋରଙ୍କ ଦେହାନ୍ତରେ ଦୁଃଖିତ ଏବଂ ମର୍ମାହତ । ଏହା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ତାଙ୍କ ପରିବାରକୁ ବ୍ୟକ୍ତିଗତଭାବେ ଜାଣିଛନ୍ତି । କେନ୍ଦୁଝର ଜିଲ୍ଲା ନୂଆଗାଁ ଗ୍ରାମର ଶହୀଦ ରାଜକିଶୋର ମୁଣ୍ଡାଙ୍କ ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ଅରୁଣାଚଳ ପ୍ରଦେଶର ତାୱାଙ୍ଗଠାରେ କର୍ତ୍ତବ୍ୟରତ ଥିବାବେଳେ ଶହୀଦ ହୋଇଛନ୍ତି । ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ତାଙ୍କ ତ୍ୟାଗ ଓ ବଳିଦାନକୁ ସାରା ଓଡ଼ିଶା ତଥା କେନ୍ଦୁଝର ମାଟି ସବୁବେଳେ ମନେ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।