ବଲାଙ୍ଗୀର ଜିଲ୍ଲା ଭଳି ହିଟଜୋନରେ ପରିବେଶ ସୁରକ୍ଷା ପାଇଁ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଛି। ହେଲେ ବାସ୍ଥବିକ ସ୍ଥିତି କିନ୍ତୁ ରହିଥିଲା ଅଲଗା । ତେଣୁ ଅଭିଯୋଗ ପରେ ଜଙ୍ଗଲ ଭିତରେ ଚାଲି ଚାଲି ସତ ଯାଞ୍ଚ କଲେ ଆଉ ସତ ଜାଣିବା ପରେ ଅସନ୍ତୋଷ ପ୍ରକାଶ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଭିଜିଲାନ୍ସ ବିଭାଗ କୁ ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ।
ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜ ଲରମ୍ଭା ସେକସନରେ ଗତ ବର୍ଷା ଦିନରେ ବୃକ୍ଷ ରୋପଣରେ ମହାଦୁର୍ନୀତି ଅଭିଯୋଗ ହୋଇଥିଲା । ଦୁର୍ନୀତି ସତଜାଣିବା ପାଇଁ ନିଜେ ଜଙ୍ଗଳ ଭିତରେ ଚାଲିଚାଲି ଯାଇ ତଦନ୍ତ କରିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଲରମ୍ଭା ସେକସନର ଦମକିପାଲି, ଠେଲକୋଛାପର ଓ ଲାହେରଜୁରୀ ଅଞ୍ଚଳ ଜଙ୍ଗଲ କୁ ଯାଇ ପରିଦର୍ଶନ କରିଛନ୍ତି ଘଞ୍ଚ ଜଙ୍ଗଳରେ ଚାଲିଚାଲି ପରିଦର୍ଶନ ବେଳେ ନିଜେ ଉପମୁଖ୍ୟମନ୍ତ୍ରୀ ଯାଞ୍ଚକରିବା ସହ ସତ୍ୟାସତ୍ୟ ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ ।
ଏହି ତଦନ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଙ୍କ ସହ ବଲାଙ୍ଗିର ଡିଏଫଓ, ପାଟଣାଗଡ ରେଞ୍ଜର, ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଡିଏଫଓଙ୍କୁ ପୂର୍ବ ବର୍ଷର ଲଗାଯାଇଥବା ବୃକ୍ଷରୋପଣକୁ ଦେଖାଇବାକୁ କହିଥିଲେ କିନ୍ତୁ ଗଛ ଦେଖାଇ ନ ପାରି ପୂର୍ବ ବର୍ଷର ଗଛ ଅଛି ହେଲେ ଚଳିତ ବର୍ଷର ଗଛ ନାହିଁ କହିବା ପରେ ଉପମୁଖ୍ୟମନ୍ତ୍ରୀ ତଦନ୍ତ କରିବା ପାଇଁ ଭିଜିଲାନ୍ସ କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଯୋଗ୍ୟ ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ରେଞ୍ଜ ରେ ବୃକ୍ଷରୋପଣ କରାଯାଇଥିବା ସରକାରୀ ରିପୋର୍ଟ ଆସିଛି । ତେବେ ଉପ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ର ଦମକିପାଲି ଗାଁରେ ଚଳିତ ବର୍ଷ ୨୨ ହଜାର୍ ବିଭିନ୍ନ ପ୍ରକାର ଗଛ ୫୦ ହେକ୍ଟରରେ ଲଗାଯାଇଥିଲା। ତେବେ ଗତ ବର୍ଷ ମଧ୍ଯ ୧୦ ହେକ୍ଟରରେ ୧୧ସହ ବିଭିନ୍ନ ପ୍ରକାର ଗଛ ଲଗାଇଥିବା ରିପୋର୍ଟ ଦିଆଯାଇଥିଲା କିନ୍ତୁ ସେହି ସ୍ଥାନରେ ଏବେ ସେହି ସବୁ ଗଛ ନଥିବା ଅଭିଯୋଗ ହୋଇଥିଲା ଯାହାର ସତ ଏବେ ଜଣା ପଡିଛି।