ଭୁବନେଶ୍ୱର: ଏଣିକି ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଅଏଲ, ସୁଗାର ବୋର୍ଡ। କେତେ ପରିମାଣର ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ ସେନେଇ ସଚେତନ କରାଯିବ। କ୍ୟାଣ୍ଟିନ୍ ସମତେ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରମୁଖ ସ୍ଥାନରେ ଏହି ବୋର୍ଡ ଲାଗିବ। ଏନେଇ ବିଶ୍ୱବଦ୍ୟାଳୟ ଅନୁଦାନ ଆୟୋଗ ସମସ୍ତ ବିଶ୍ୱବଦ୍ୟାଳୟର କୁଳପତି ଓ କଲେଜ ଅଧକ୍ଷ୍ୟଙ୍କୁ ଚିଠି କରିଛନ୍ତି।
ତେଲ ଓ ଚିନି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା କଣ ଅସୁବିଧା ରହିଛି, ତାହା ଏହି ବୋର୍ଡରେ ଦର୍ଶାଯିବ। ଏଥିସହ ଜଙ୍କଫୁଡ ଏବଂ କୋଲ୍ଡ ଡ୍ରିଙ୍କସ୍ ଠାରୁ ଦୂରେଇ ରହିବାକୁ ଏହି ବୋର୍ଡରେ ଉଲ୍ଲେଖ କରାଯିବ। କେଉଁ ପ୍ରକାର ଖାଦ୍ୟ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ସେନେଇ ପିଲାଙ୍କୁ ସଚେତନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ବାରମ୍ବାର ଚିନ୍ତା ପ୍ରକଟ କରୁଛନ୍ତି। ଶରୀରରେ ବଢୁଥିବା ମେଦବହୁଳତା ଉପରେ ସମସ୍ତେ ଧ୍ୟାନ ଦେବା ଜରୁରୀ। ଏ ଦିଗରେ ପିଲାଙ୍କୁ ସ୍କୁଲ ସମୟରୁ ସଚେତନ କରାଯିବାକୁ ଶିକ୍ଷା ବିଭାଗ ଗୁରୁତ୍ବ ଦେଉଛି।