ସମ୍ବଲପୁର: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ଏହି ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ, ସମ୍ବଲପୁର ଠାରେ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରର ଭିଏସଏସ ଷ୍ଟାଡିୟମ ଠାରୁ ଲକ୍ଷ୍ମୀ ଟକିଜ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ, ଏହି ମାରାଥନ୍ କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ବେଦଭୁଷଣଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ତଥା କ୍ରିଡା ସଂଗଠକ ମାନେ ଉପସ୍ଥିତ ଥିଲେ। ବିଶେଷ କରି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାକୁ ଆହୁରି ଆଗେଇ ନେବାକୁ ସମସ୍ତେ ସଂଙ୍କଳ୍ପ ନେବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇବା ସହ ପିଲାମାନଙ୍କୁ ଫିଟ୍ ରଖିବାକୁ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଏହି ମିନି ମାରାଥନରେ ସ଼ହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଏନସିସି କ୍ୟାଡେଟ ମାନେ ମଧ୍ୟ ଖୁବ ଉତ୍ସାହ ସହକାରେ ଏଥିରେ ଭାଗ ନେଇଥିଲେ।