ବୌଦ୍ଧ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧ ଠାରେ ଗୁରୁଦିବସ ବହୁତ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀବତ୍ସ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ମିଶ୍ରଙ୍କ କର କମଳରେ ଜ୍ଞାନ ଦୀପ ପ୍ରଜ୍ବଳିତ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସାର ପ୍ରଧାନ, ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ମଞ୍ଚରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗଣେଶ ମହାକୁଳ , ଶ୍ରୀଯୁକ୍ତ ଅରବିନ୍ଦ ଗିରି ଓ ଛାତ୍ରଛାତ୍ରୀ ଗୁରୁଦିବସର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ମୁଖ୍ୟ ଅତିଥି ତଥା ଅନ୍ୟ ଉପସ୍ଥିତ ସଦସ୍ୟ ମାନଙ୍କୁ ଗୁରୁ ପୂଜନ କରାଯାଇଥିଲା । ଶିକ୍ଷାର୍ଥୀ ମାନେ ଗୁରୁଜୀ ଗୁରୁମା ମାନଙ୍କୁ ପୁଷ୍ପ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ଅତିଥି ବର୍ତ୍ତମାନ ସମାଜରେ ତଥା ପୁରାତନ କାଳର ଗୁରୁଙ୍କ ସମ୍ବନ୍ଧରେ ଆଲୋକପାତ କରିବା ସହ ଗୁରୁ ଶିଷ୍ୟ ସମ୍ପର୍କ ଏକ ଅତୁଟ ବନ୍ଧନ ବୋଲି କହିଥିଲେ। ବରିଷ୍ଠା ଆଚlର୍ଯ୍ୟା ଶ୍ରୀମତୀ ସନ୍ତୋଷିନୀ ରାଉତଙ୍କ ସଂଯୋଜନାରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କରଲାଲ୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।