ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ପ୍ରସିଦ୍ଧ ମହିଳା ବ୍ୟାଡମିଣ୍ଟନ୍ ତାରକା ଚୀନ ତାଇପେଇର ତାଇ-ଜୁ-ୟିଂଗ୍ ଖେଳ ଜଗତରୁ ବିଦାୟ ନେଇଛନ୍ତି । ତାଇ ଜୁ-ୟିଂଗ୍ ତାଙ୍କର ଅବସର ଘୋଷଣା କରିଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ମଧ୍ୟ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ।
୩୧ ବର୍ଷିୟା ତାଇ ଜୁ-ୟିଂଗ୍ ବ୍ୟାଡମିଣ୍ଟନ୍ ବିଶ୍ୱ ଫେଡେରେସନ୍ ୧୭ ଥର ବିଜେତା ହୋଇଥିଲାବେଳେ ୧୨ ଥର ଉପବିଜେତା ହୋଇଛନ୍ତି । ସେ ୨୦୨୪ରେ ଶେଷ ଥର ପାଇଁ ଜିତିଥିଲେ । ସେ ଅବସର ଘୋଷଣା କରି କହିଛନ୍ତି, ଗୋଟିଏ ସୁନ୍ଦର ଅଧ୍ୟାୟର ଅନ୍ତ ଘଟିଲା । ବ୍ୟାଡ଼ମିଣ୍ଟନ୍ ତମେ ଯାହା ମୋ ପାଇଁ ଦେଇଛ, ସେଥିପାଇଁ ଧନ୍ୟବାଦ ।
ପିଭି ସିନ୍ଧୁ ମଧ୍ୟ ଭାବବିହ୍ୱଳ ହୋଇ ପୋଷ୍ଟ କରିଛନ୍ତି । ପିଭି ସିନ୍ଧୁ ତାଇ ଜୁଙ୍କ ସହିତ ବିତାଇ ଥିବା ମୁହୁର୍ତ୍ତକୁ ମନେ ପକାଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସିନ୍ଧୁଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ପ୍ରତି ମୁକାବିଲାରେ ସେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ୨୦୧୬ରେ ରିଓ ଅଲମ୍ପିକରେ ସିନ୍ଧୁ ତାଇଙ୍କୁ ହରାଇ ରୌପ୍ୟ ପଦକ ଛଡ଼ାଇ ନେଇଥିଲେ । ସେହିପରି ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ନେଇଥିଲେ । ଏହି ଦୁଇଟି ମୁକାବିଲାରେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ହୋଇଥିଲା । କିନ୍ତୁ ଟୋକିଓ ଅଲିମ୍ପିକରେ ତାଇ ଏହାର ପ୍ରତିଶୋଧ ନେଇଥିଲେ ଏବଂ ସିନ୍ଧୁଙ୍କୁ ହରାଇ ରୌପ୍ୟ ଜିତିଥିଲେ । ସିନ୍ଧୁ ସ୍ୱୀକାର କରିଛନ୍ତି ତାଇ ଜୁ-ୟିଂଗ ସହିତ ପ୍ରତିଦ୍ୱନ୍ଦିତା କରିବା ଏତେ ସହଜ ନ ଥିଲା ।