ସମ୍ବଲପୁର ଗଣଦୁଷ୍କର୍ମ ଘଟଣା, ୨୦ ଦିନ ଭିତରେ ହେବ ଚାର୍ଜସିଟ୍- ଏସପି
Khabar Odisha:state-odisha-sambalpur-rape-case-4-rapist-arrested
ସମ୍ଵଲପୁର, ଡିସେମ୍ଵର ୦୯ (ଖବର ଓଡିଶା) :

ଗତ ଶନିବାର ରାତ୍ରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିବା ଘଟଣାକୁ ପୋଲିସ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରିଛି। ତତ୍ ସହିତ ୨୦ ଭିତରେ ଏହାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି କନୱର ବିଶାଲ୍ ସିଂ କହିଛନ୍ତି। ଅଇଁଠାପାଲି ଥାନାରେ ଏତଲା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଶନିବାର ରାତ୍ରୀରେ ସମ୍ବଲପୁର ସହରରେ ଅଇଁଠାପାଲି ଅଞ୍ଚଳରେ ଜଣେ ମହିଳା କୌଣସି କାମରେ ରାତ୍ରୀରେ ଘରୁ ବାହାରକୁ ବାହାରିଥିଲେ। ଏହି ସମୟରେ ମହିଳାଙ୍କୁ ଚାରିଜଣ ଦୁର୍ବୃତ୍ତ ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇ ଗଣବଳାତ୍କାର କରିବା ସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକାରୀମାନେ ହତ୍ୟା କରିବାକୁ ଯାଇ ମହିଳାଙ୍କ ଗୁପ୍ତାଙ୍ଗ ଏବଂ ଛାତିରେ ଆଘାତ କରିଥିଲେ। ଏହି ସମୟରେ ପୀଡିତା ମୁର୍ମୂଷ ହୋଇ ପଡିଥିବାରୁ ସେ ମରିଯାଇଛନ୍ତି ଭାବି ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଚାଡି ଚାଲିଯାଇଥିଲେ। ଖବର ପାଇ ଅଇଁଠାପାଲି ଥାନା ପୋଲିସ ରବିବାର ସକାଳେ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପୀଡିତାଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

ନିକଟରେ ହାଇଦ୍ରାବାଦ ଗଣଦୁଷ୍କର୍ମ-ହତ୍ୟା ଘଟଣା, ଉନ୍ନାଓ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାରୀ ସୁରକ୍ଷାକୁ ନେଇ ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରୁଛନ୍ତି। ଏହି ମଧ୍ୟରେ ପୁଣି ଏଭଳି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସର୍ବସାଧାରଣରେ ଗଭୀର ଆଲୋଡନ ସୃଷ୍ଟି କରିଛି। ତେଣୁ ଖୁବ୍ ଶୀଘ୍ର ଏହି ଘଟଣାର ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

Subscribe

National International State Sports Entertainment