ପୁଣି ଲଜ୍ଜା ! ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
Khabar Odisha:state-odisha-child-rape-at-jharsuguda
ଝାରସୁଗୁଡା, ଅକ୍ଟୋବର ୦୮ (ଖବର ଓଡିଶା) :

 ଆଜି ଦଶହରା ଭଳି ଏକ ପବିତ୍ର ଦିନରେ ପୀଠରେ ପୂଜା ପାଉଛନ୍ତି ମା ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା। ଗୋଟିଏ ପଟେ ନାରୀ ରୂପି ମାଙ୍କର ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ଝାରସୁଗୁଡା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଜଣେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। 

ପୁଣି ଲଜ୍ଜା! ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଜଣେ ୭ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି।

Subscribe

National International State Sports Entertainment