ଯାଜପୁର, ଜାନୁଆରୀ ୧୦ (ଖବର ଓଡିଶା) :
ପୁଣି ଅଲୋଡା ଶିଶୁକନ୍ୟା। ଯାଜପୁର ବଡଚଣା ତିଳପଦା ଗାଁ ନିକଟରେ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ଶିଶୁକନ୍ୟାକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି।
ସୂଚନାନୁସାରେ ଆଜି ସକାଳୁ ବଡଚଣା ତିଳପଦା ଗାଁ ନିକଟରେ ରାସ୍ତା କଡ଼ରେ ପଡି ଏକ ନବଜାତ ଶିଶୁକନ୍ୟା କାନ୍ଦୁଥିବା ବେଳେ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ପ୍ରଥମେ ଶିଶୁଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁଟି ସୁସ୍ଥ ଥିବା ଜଣା ପଡିଛି। ଏହାପରେ ଗ୍ରାମବାସୀମାନେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ଶିଶୁଟି ୩ ରୁ ୪ ଦିନର ହୋଇଥିବା ଅନୁମାନ କରାଯାଉଛି। କେହି ଶିଶୁକନ୍ୟାଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଛନ୍ତି। ତେବେ ସରକାର ବିଭିନ୍ନ କ୍ୟାମ୍ପେନ ଆରମ୍ଭ କରି ବହୁ ସାମାଜିକ ସଚେତନ କରାଉଥିବା ବେଳେ ଶିଶୁକନ୍ୟା ଅଲୋଡା ଭାବରେ ରାସ୍ତା କଡ଼ରୁ ଉଦ୍ଧାର ହେବାକୁ ସର୍ବସାଧାରଣରେ ନିନ୍ଦା କରାଯାଉଛି।