ଖବର ଓଡ଼ିଶା: କଟକ ଏସସିବି ମେଡିକାଲର ଜଣେ ଡାକ୍ତରଙ୍କ ସଙ୍ଗୀନ ଅଭିଯୋଗ ଆସିଛି । ଏସସିବି କାର୍ଡିଓଲୋଜି ବିଭାଗରେ ଡାକ୍ତର ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ସମ୍ପର୍କୀୟ ସାଂଘାତିକ ଅଭିଯୋଗ କରିଛନ୍ତି । ଏ ନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଡାକ୍ତରଙ୍କୁ ପୀଡ଼ିତାଙ୍କ ସମ୍ପର୍କୀୟ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏସସିବି କାର୍ଡିଓଲୋଜି ବିଭାଗରେ ରୋଗୀ ଜଣଙ୍କର ପରୀକ୍ଷା କରାଯାଉଥିଲା । ଏହି ସମୟରେ କାର୍ଯ୍ୟରତ ଡାକ୍ତର ଜଣକ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ଆଇପିସି ଧାର 161 ଓ 164 ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ । ସେପଟେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଆଡିସିନାଲ ଡିସିପି ଅନିଲ ମିଶ୍ର । ପୋଲିସ ତଦନ୍ତ ଆରମ୍ଭ ହୋଇଛି ।