ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ପୀଡିତା ପାଇବେ ନ୍ୟାୟ, ଗଠନ ହେବ ୨୧୮ ଫାଷ୍ଟ ଟ୍ରାକ୍ କୋର୍ଟ
Khabar Odisha:national-odisha-up-cabinet-approves-of-218-fast-tracks-courts
ଲକ୍ଷ୍ନୌ, ଡିସେମ୍ଵର ୦୯ (ଖବର ଓଡିଶା) :

 ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ବଳି ଭୟାନକ ଘଟଣା ପରେ ପୀଡିତାଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ଦେବାକୁ ୟୁପି ସରକାର ରାଜ୍ୟରେ ୨୧୮ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 

 ବଳାତ୍କାରୀଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ଦେବା ପାଇଁ ଯୋଗୀ ସରକାର ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ମଧ୍ୟରୁ ୧୪୪ଟି କୋର୍ଟ ନିୟମିତ ହେବ ଯେଉଁ ଗୁଡିକ ଦୁଷ୍କର୍ମ ଘଟଣା ଉପରେ ନଜର ରଖିବେ। ଏତଦ୍ ବ୍ୟତୀତ ୭୪ଟି ପକ୍ସୋ କୋର୍ଟ ଖୋଲାଯିବ। ଏଥିପାଇଁ ପ୍ରତି କୋର୍ଟ ପିଛା ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଉତ୍ତର ପ୍ରଦେଶରେ ଶିଶୁମାନଙ୍କ ସହ ଜଡିତ ୪୨,୩୭୯ ମାମଲା ଓ ୨୫,୭୪୯ ମହିଳାଙ୍କ ସହ ଜଡିତ ମାମଲା ରୁଜୁ ହୋଇଛି। ଏବେ ଏହି ସବୁ ମାମଲାରେ ଶୁଣାଣି ଏହି ଅଦାଲତ ମାଧ୍ୟମରେ କରାଯିବ।

Subscribe

National International State Sports Entertainment