ପ୍ରତି ଜନ ଔଷଧୀ କେନ୍ଦ୍ରରେ କାଲି ଠାରୁ ୧ଟଙ୍କାରେ ମିଳିବ ସାନିଟାରୀ ନ୍ୟାପକିନ
Khabar Odisha:national-odisha-sanitary-napkins-will-be-sold-for-one-rupee-at-jan-aushadhi-kendra
ନୂଆଦିଲ୍ଲୀ, ଅଗଷ୍ଟ ୨୬ (ଖବର ଓଡିଶା) :

ସ୍ୱଚ୍ଛତା ପ୍ରତି ଜାଗରଣ ସୃଷ୍ଟି କରିବା ପାଇଁ ଏବଂ ମହିଳାଙ୍କୁ ଏହି ଅଭିଯାନରେ ଅଗ୍ରାଧୀକାର ଦେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଜନ ଔଷଧୀ କେନ୍ଦ୍ରରେ ବିକ୍ରୀ ହେଉଥିବା ସାନିଟାରୀ ନ୍ୟାପକିନର ଦାମ୍ ହ୍ରାସ କରି ପ୍ରତି ପ୍ୟାଡ୍ ପିଛା ୧ଟଙ୍କା ଘୋଷଣା କରିଛନ୍ତି । ପୂର୍ବରୁ ଏହାର ଦାମ୍ ଅଢେଇ ଟଙ୍କା ଥିଲା । ରସାୟନ ଏବଂ ଉର୍ବରକ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡୱିୟା ଏନେଇ କହିଛନ୍ତି କି, ବାୟୋଡିଗ୍ରଡରବୁଲ ସାନିଟାରୀ ନ୍ୟାପକିନ ସୁବିଧା ଅଗଷ୍ଟ ୨୭ରୁ ପ୍ରତି ଜନ ଔଷଧୀ କେନ୍ଦ୍ରରେ ସବସିଡି ଦରରେ ଉପଲବ୍ଧ ହେବ । 

ମାଣ୍ଡୱିୟା କହିଛନ୍ତି କି, ଏଣିକି ୪ଟିକିଆ ପ୍ୟାଡ୍ ପ୍ୟାକ୍ ୧୦ ଟଙ୍କା ବଦଳରେ ୪ଟଙ୍କାରେ ମିଳିବ । ଦେଶର ୫୫୦୦ ଜନ ଔଷଧୀ କେନ୍ଦ୍ର ଗୁଡିକରେ ଉପଲବ୍ଧ ହେବ । ୨୦୧୯ ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ କରିଥିବା ଆଉ ଏକ ପ୍ରତିଜ୍ଞାକୁ ମୋଦୀ ପୂରଣ କରିଛନ୍ତି । ତେବେ ଦାମ୍ ହ୍ରାସ ହେବା ପରେ ୨ଗୁଣା ବିକ୍ରୀ ହେବ ବୋଲି ଆମେ ଆଶା ରଖିଛୁ । ଆମେ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦେବୁ । ଏହା ମହିଳାଙ୍କୁ ସଶକ୍ତ କରିବା ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିବ । ସରକାର ଏହି ସାନିଟାରୀ ନ୍ୟାପକିନର କଳାବଜାରୀ ରୋକିବା ଉପରେ ଯଥା ସମ୍ଭବ ପଦକ୍ଷେପ ନେବେ ।   

Subscribe

National International State Sports Entertainment