ମୋର ରାଜକ୍ଷମା ଯାଚିକା ଫେରେଇ ଦିଅ- ନିର୍ଭୟା ଦୋଷୀ ବିନୟ ଶର୍ମା
Khabar Odisha:national-odisha-nirbhaya-case-convict-vinay-sharma-sends-plea-to-president-withdraw-my-mercy-plea-as-no-sign-there
ନୂଆଦିଲ୍ଲୀ, ଡିସେମ୍ଵର ୦୭ (ଖବର ଓଡିଶା) :

ବହୁ ଚର୍ଚ୍ଚିତ ନିର୍ଭୟା କାଣ୍ଡର ଦୋଷୀ ବିନୟ ଶର୍ମା ଆଜି ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ଦୟା ଯାଚିକା ଫେରସ୍ତ ନେବା ପାଇଁ ନିବେଦନ କରିଛି। ବିନୟ ରାଷ୍ଟ୍ରପତିଙ୍କୁ ପଠାଇଥିବା ଯାଚିକାରେ ଲେଖିଛନ୍ତି ଯେ, ଗୃହ ମନ୍ତ୍ରାଳୟକୁ ପଠାଯାଇଥିବା ଦୟା ଯାଚିକାରେ ତାର ହସ୍ତାକ୍ଷର ନାହିଁ କିମ୍ଵା ତା ଦ୍ଵାରା ଅଧିକୃତ କରାଯାଇ ନାହିଁ ତେଣୁ ରାଷ୍ଟ୍ରପତି ଏହାକୁ ଫେରସ୍ତ କରନ୍ତୁ ବୋଲି ସେ କହିଛି। 

ଗତକାଲି ଗୃହ ମନ୍ତ୍ରାଳୟ ନିର୍ଭୟା କାଣ୍ଡରେ ସଂପୃକ୍ତ ଥିବା ଦୋଷୀଙ୍କର ଦୟା ଯାଚିକା ଖାରଜ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲା। ଏହା ସହ ଦୟା ଯାଚିକାର ଫାଇଲ୍ ଅନ୍ତିମ ନିର୍ଣ୍ଣୟ ପାଇଁ ରାଷ୍ଟ୍ରତିଙ୍କ ପାଖକୁ ପଠାଯାଇଛି। ଦୁଇ ଦିନ ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ଗୃହ ମନ୍ତ୍ରାଳୟକୁ ଏକ ରିପୋର୍ଟ ପଠାଇଥିଲା। ଏଥିରେ କୁହାଯାଇଥିଲା ଯେ, ଦୋଷୀଙ୍କୁ କ୍ଷମା କରିବା କୌଣସି ଦୃଷ୍ଟିରୁ ଯୋଗ୍ୟ ନୁହେଁ। ଦିଲ୍ଲୀ ସରକାର ମଧ୍ୟ ଦୟା ଯାଚିକା ଖାରଜ କରିଥିଲେ। 

ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତକାରୀଙ୍କ ମଧ୍ୟରୁ ଜଣେ ବିନୟ ଫାଶୀଦଣ୍ଡା ଦେଶକୁ କ୍ଷମା କରିବାକୁ ଯାଚିକା ଦେଇଥିଲା। ଏବେ ଯାଚିକା ଖାରଜ କରିବା ପରେ ଖୁବ୍ ଶୀଘ୍ର ଫାଶୀ ହେବ ବୋଲି କୁହାଯାଉଛି। ୨୦୧୨ରେ ଏହି ଘଟଣା ସମ୍ପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଥିଲା।

Subscribe

National International State Sports Entertainment