ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ବିରୋଧରେ ସୁପ୍ରିମକୋର୍ଟରେ ପହଁଚିଲେ ନିର୍ଭୟା ଦୋଷୀଙ୍କ ଓକିଲ, ବଳାତ୍କାର ପାଇଁ ମହିଳାଙ୍କୁ ମାନନ୍ତି ଦାୟୀ
Khabar Odisha:national-odisha-advocate-ml-sharma-who-defended-nirbhaya-gang-rape-accused-pil-in-hyderabad-encounter-supreme-court
ନୂଆଦିଲ୍ଲୀ, ଡିସେମ୍ଵର ୦୭ (ଖବର ଓଡିଶା) :

ସୁପ୍ରିମକୋର୍ଟରେ ସପାର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଏବଂ ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତୀ ମାଲିବାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଏହା ସହ ହଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଏନକାଉଣ୍ଟର କରିବା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନ୍ୟାୟ ସଙ୍ଗତ ନୁହେଁ ବୋଲି ଦର୍ଶାଇ ଯାଚିକା ଦାୟର କରାଯାଇଛି। ବରିଷ୍ଠ ଓକିଲ ମନୋହର ଲାଲ ଶର୍ମା ଓ ପ୍ରଦୀପ କୁମାର ଯାଦବ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। 

ଏମଏଲ ଶର୍ମା ନିଜ ଯାଚିକାରେ ଜୟା ବଚ୍ଚନ ଓ ମାଲୀବାଲଙ୍କ ଉପରେ ଅବୈଧ ହତ୍ୟାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆଣିଛନ୍ତି। ଏହା ସହ ଯେପର୍ଯ୍ୟନ୍ତ ଏହି ମାମାଲରେ ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନହୋଇଛନ୍ତି ସେଯାଏଁ ଗଣମାଧ୍ୟମରେ ଏନେଇ ଡିବେଟ୍ ପ୍ରସାରଣ କରାନଯାଉ ବୋଲି ଦାବି କରାଯାଇଛି। 

ଏମଏଲ ଶର୍ମା ସେହି ଓକିଲ ଯିଏ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାରର ଅଭିଯୁକ୍ତକାରୀଙ୍କ ପାଇଁ ସୁପ୍ରିମକୋର୍ଟରେ ଲଢୁଥିଲେ। ସେହି ସମୟରେ ସେ କହିଥିଲେ କି, କୌଣସି ସମ୍ମାନିତ ମହିଳାଙ୍କର ବଳାତ୍କାର ହୋଇଛି ବୋଲି ସେ କେବେ ଶୁଣି ନାହାଁନ୍ତି। ଏହି ଘଟଣା ପାଇଁ ସେ ନିର୍ଭୟାଙ୍କର ପୁରୁଷ ବନ୍ଧୁଙ୍କୁ ଦାୟୀ କରିଛନ୍ତି। ଶାର୍ମା କହିଥିଲେ ଯେ, ଅବିବାହିତ ଯୋଡିଙ୍କୁ ରାତ୍ରୀରେ ବାହାରକୁ ବାହାରିବା ଉଚିତ୍ ନୁହେଁ। 

ଏମଏଲ ଶର୍ମା ରାଫେଲ ମାମଲାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ୨୦୧୬ରେ ଏକ ବୟାନରେ ସେ କହିଥିଲେ ଯେ, ନିର୍ଭୟାଙ୍କ ପୁରୁଷ ବନ୍ଧୁ ତାଙ୍କ ବିରୋଧରେ ଗଣବଳାତ୍କାରର ନାଟକ ରଚନା କରିଥିଲେ। ନିର୍ଭୟାଙ୍କ ଶରୀରରେ ରଡ ଭର୍ତ୍ତି କରି ଅନ୍ତ ବୁଜୁଳା ବାହାର କରାଯିବାକୁ ମିଥ୍ୟା ବୋଲି କହିଥିଲେ। ବିବିସିର ଏକ ଡକ୍ୟୁମେଣ୍ଟ୍ରୀରେ ସେ କହିଥିଲେ ଯେ, ବଳାତ୍କାର ପାଇଁ ମହିଳା ଦାୟୀ। ବଳାତ୍କାର ହେବା ସମୟରେ ମହିଳାଙ୍କୁ ସଙ୍ଘର୍ଷ କରିବା ଉଚିତ୍ ନୁହେଁ। ଯାହା ହେଉଛି ତାହା ହେବାକୁ ଦିଆଯିବା ଉଚିତ୍। ନିର୍ଭୟା ମାମଲାରେ ଯଦି ପୀଡିତା ବଳାତ୍କାରୀଙ୍କୁ ସହଯୋଗ କରିଥାନ୍ତେ ତେବେ ସେମାନେ ସବୁ କରି ସାରିବା ପରେ ତାଙ୍କୁ ଘରେ ନେଇ ଛାଡିଦେଇ ଥାନ୍ତେ। କେବଳ ତାର ବନ୍ଧୁଙ୍କୁ ପିଟି ଥାନ୍ତେ।

Subscribe

National International State Sports Entertainment