ପାକିସ୍ତାନରେ ହିନ୍ଦୁ ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ
Khabar Odisha:international-13-years-old-hindu-girl-raped-forcing-alcohol-in-pakistan
ଇସଲାମାବାଦ, ଜୁନ ୦୯ (ଖବର ଓଡ଼ିଶା):

ପାକିସ୍ତାନରେ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ପୂର୍ବରୁ ୨ ଜଣ ହିନ୍ଦୁ ଯୁବତୀଙ୍କର ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ମୁସଲମାନ ଯୁବକଙ୍କୁ ବିବାହ କରିଦେବା ଘଟଣା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବାବେଳେ ଏବେ ପୁଣି ଏକ ସେହିଭଳି ଘଟଣା ଘଟିଛି । ଜଣେ ହିନ୍ଦୁ ନାବାଳିକାକୁ ଜବରଦସ୍ତି ମଦ ପିଆଇ ତା’ ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଡନ୍‌ ଖବରକାଗଜରେ ପ୍ରକାଶ ପାଇଛି । 

ପାକିସ୍ତାନ ସିନ୍ଧ ଅଂଚଳରେ ଏକ ୧୩ ବର୍ଷୀୟ ହିନ୍ଦୁ ନାବାଳିକା ସହିତ ଅମାନୁଷିକ ଘଟଣା ଘଟିଛି । ବାରଦାତ ଅଂଚଳରେ ଏକ ନାବାଳିକା ଘରର ଜିନିଷ କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ତାକୁ ପାଖକୁ ଡାକିଥିଲେ । ଝିଅଟି କିଛି ବୁଝି ନ ପାରି ତାଙ୍କ ପାଖକୁ ଚାଲିଯାଇଥିଲା । ଏହା ପରେ ଦୁଇ ଦୁର୍ବୃତ୍ତ ତାକୁ ଜୋର ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରିଥିଲେ । ଝିଅ ଘରକୁ ନ ଫେରିବାରରୁ ବାପା ଓ ଭାଇ ଖୋଜାଖୋଜି କରି ନିକଟସ୍ଥ ଏକ ଚିନି ମିଲ୍‌ ନିକଟରେ ତାକୁ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।  

ପୋଲିସ ନାବାଳିକାକୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରିଛି । ନାବାଳିକା ସହିତ ଦୁଷ୍କର୍ମ କରାଯାଇଥିବା ନେଇ ଡାକ୍ତର ପୁଷ୍ଟି କରିଛନ୍ତି । ସେପଟେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କର ଡାକ୍ତରୀମାଇନା କରାଯାଇ ତଦନ୍ତ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି ।

  • Tags:

Subscribe

National International State Sports Entertainment