ବାଲେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲା ବାହାରୁ ଯେତିକି ସହଜ ଲାଗୁଛି ଭିତରୁ ସେତିକି ଜଟିଳ ଅଟେ । ମୁଖ୍ୟ ଅଭିଯୁକ୍ତ ଏଚଓଡି ଏବଂ କଲେଜ ଅଧ୍ୟକ୍ଷ ଖାଲି ଗିରଫ ହୋଇଛନ୍ତି । କିନ୍ତୁ ଏହା ପଛରେ ଅନେକ ଅସୀମାହିତ ପ୍ରଶ୍ନ ରହିଛି । ଯାହାର ଖିଅ ଖୋଜିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଛାତ୍ରୀ ଜଣକ ନିଜେ ପେଟ୍ରୋଲ୍ ଆଣିଥିଲେ ନାଁ ତାଙ୍କୁ କିଏ ଆଣିକି ଦେଇଥିଲା, ତାହା ସମ୍ପ୍ରତି ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ତେବେ ଏହାରି ମଧ୍ୟରେ ଏକ ପେଟ୍ରୋଲ ଦୋକାନଙ୍କ ସିସିଟିଭି ଫୁଟେଜ୍ ଆଉ ଏକ ସନ୍ଦେହ ସୃଷ୍ଟି କରିଛି ।
ଗତକାଲି ଏଫ୍ ଏମ୍ କଲେଜ ନିକଟରେ ଥିବା ଏକ ଜଣକ ପେଟ୍ରୋଲ ଦୋକାନର ଏକ ସିସିଟିଭି ଫୁଟେଜକୁ କ୍ରାଇମବ୍ରାଞ୍ଚ ଟିମ୍ ଜବତ କରିଛି । ସେହି ଫୁଟେଜରେ ଜଣେ ଯୁବତୀ ମୁହଁରେ ସ୍କାର୍ପ ବାନ୍ଧି ଗାଡ଼ିରେ ଆସି ବୋତଲରେ ପେଟ୍ରୋଲ୍ ନେଇକି ଯାଉଥିବାର ଦେଖିବାକୁ ମିଳିଛି । ସେହି ଫୁଟେଜ ସେହି ଦିନ ସକାଳର ଅଟେ । ତେବେ କିଏ ସେହି ଯୁବତୀ ସେ ନେଇ କିଛି ସ୍ପଷ୍ଟ ହୋଇନି ।
ଅନ୍ୟପକ୍ଷରେ ଦୋକାନ ମାଲିକ କହିଛନ୍ତି ବୋତଲରେ ପେଟ୍ରୋଲ ଦେବା ଭୁଲ ହୋଇଛି । କିନ୍ତୁ କିଏ ପେଟ୍ରୋଲ ନେଇଥିଲେ ସେ ଜାଣି ନାହାଁନ୍ତି । ମୁହଁର କପଡ଼ା ଥିବାରୁ ସେ ଚିହ୍ନି ନାହାଁନ୍ତି ବୋଲି କହିଛନ୍ତି ।