ଖବର ଓଡ଼ିଶା: ନିର୍ବାଚନରେ ପରାଜୟର ରାଜ୍ୟରେ ଏବେବି ବିଜେଡ଼ି ନେତାଙ୍କ ଗୁଣ୍ଡାରାଜ ଚାଲିଛି । କଥା କଥାରେ ମାଡ଼ ମାରୁଛନ୍ତି । ବିଜେଡିର ଜଣା ଲେଡି ଡନ୍ ଇନ୍ଦ୍ର ଚନ୍ଦ୍ର ମାନୁ ନାହାଁନ୍ତି । ଆମେ କହୁଛୁ ଝାରସୁଗୁଡ଼ା ଲଖନପୁର ବ୍ଲକ ସରଣ୍ଡାମାଲର ବିଜେଡ଼ି ନେତ୍ରୀ ପାର୍ବତୀ ବେହେରାଙ୍କ କଥା । ବିଜେଡିର ଏହି ଲେଡି ଡନ୍ ଜଣେ ଏମସିଏଲ ଜେନାରାଲ ମ୍ୟାନେଜରଙ୍କୁ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ଆଜି ଏମସିଏଲ ଲଖନପୁର କାର୍ଯ୍ୟାଳୟରେ ପରିବେଶ ସମ୍ପର୍କିତ ବୈଠକ ବସିବାକୁ ଥିଲା । ବିଜେଡ଼ି ନେତ୍ରୀ ପାର୍ବତୀ ବେହେରା ଜେନାରାଲ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ପଶି ଜିଏମ ସଞ୍ଜୟ ଝାଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ କରିବାକୁ ମଧ୍ୟ ସହଯୋଗୀଙ୍କୁ କହିଥିଲେ । ମାଡ଼ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପାଇ ବନହରପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିର୍ଦ୍ଧିଷ୍ଟ ଭାବେ କେଉଁ ଘଟଣାକୁ କେନ୍ଦ୍ର କରି ବିଜେଡ଼ି ନେତ୍ରୀ ଏଭଳି କାଣ୍ଡ ଭିଆଇଥିଲେ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ଯୋଗ୍ୟ, ଏହି ଲେଡି ଡନ୍ ଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେଁ । କିଛି ବର୍ଷ ତଳେ ସମିତି ବୈଠକ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ମାଡ଼ ମାରି ଚର୍ଚ୍ଚାକୁ ଆସିଥିଲେ । ବିଭିନ୍ନ କମ୍ପାନୀରେ କାମ ହାସଲ କରିବାକୁ ତଥା ଠିକା କାମ ନେବାକୁ ସେ ଝଗଡ଼ା କରୁଥିବା ବେଳେ ତତ୍କାଳୀନ ବିଧାୟକ କିଶୋର ମହାନ୍ତିଙ୍କୁ ଗାଳି ଗୁଲଜ କରୁଥିବାର ଏକ ଅଡିଓ ଟେପ୍ ମଧ୍ୟ ଭାଇରଲ ହୋଇଥିଲା।