ସେବାଶ୍ରମରେ ଛାତ୍ରୀଙ୍କ ମୃତ୍ୟୁ, ମୃତଦେହ ରଖି ଧାରଣା ଦେଲେ ପରିବାର ଲୋକେ
Khabar Odisha:State-Odisha-Alleging-negligence-by-authorities-of-Hatibari-Sevashram-in-Karanjia-leading-to-death-of-a-class-9-girl-student
ମୟୂରଭଞ୍ଜ, ସେପ୍ଟେମ୍ବର ୨୭(ଖବର ଓଡ଼ିଶା):

ମୟୂରଭଞ୍ଜ ହାତୀବାରି ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେବାଶ୍ରମ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି । 

ସୂଚନାନୁସାରେ, ଗତକାଲି ମୟୂରଭଞ୍ଜ କରଞ୍ଜିଆ ବ୍ଲକ ହାତୀବାରି ସେବାଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଛାତ୍ରୀଜଣକ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କରଞ୍ଜିଆରେ ଚିକିତ୍ସା କରାଇବା ପରେ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ସଂକଟାପର୍ଣ୍ଣ ହେବାରୁ କେନ୍ଦୁଝରରୁ କଟକ ସ୍ଥାନାନ୍ତର କରିବା ବେଳେ ଆଜି ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ସେବାଶ୍ରମ ବିଦ୍ୟାଳୟ ସମ୍ମୁଖରେ ଝିଅର ମଥତଦେହ ରଖି କ୍ଷତିପୂରଣ ଦାବୀରେ ପରିବାର ଲୋକେ ଧାରଣା ଦେଇଛନ୍ତି । ଫଳରେ ସେଠାରେ ଏକ ପ୍ରକାର ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି ।

ମୃତ ଛାତ୍ରୀଙ୍କ ପରିବାର ଲୋକେ ସେବାଶ୍ରମର ଶିକ୍ଷକ, ୱଡେନ, ସ୍କୁଲ କମିଟିକୁ ଏଥି ପାଇଁ ଦାୟୀ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତକଙ୍କ ପରିବାରକୁ ବୁଝାଇବା ସହ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment