ଓଡ଼ିଶାର ସରପଞ୍ଚଙ୍କ ଉପରେ ବଲିଉଡ୍ ଫିଲ୍ମ ।
Khabar Odisha:Sir-Madam-Sarpanch-Meet-Odishas-Arti-Devi-Who-Inspired-The-Movie
ଭୁବନେଶ୍ୱର, ଏପ୍ରିଲ ୧୫ (ଖବର ଓଡିଶା)

ଓଡ଼ିଶାର ରାଜନୀତି ଏବେ ଖାଲି ରାଜ୍ୟ କିମ୍ବା ଦେଶବ୍ୟାପୀ ଚର୍ଚ୍ଚାର ଏକ ସୀମିତ ବିଷୟ ହୋଇ ରହିନାହିଁ ବରଂ ସାରା ବିଶ୍ୱରେ ଓଡ଼ିଶାର ରାଜ୍ୟ ରାଜନୀତି ଓ ବିଶେଷ କରି ଓଡ଼ିଶାର ନାରୀନେତ୍ରୀଙ୍କ ଚର୍ଚ୍ଚା ଘରେ ଘରେ ପହଂଚିବା ସହିତ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିବାରେ ସଫଳ ହୋଇପାରିଛି । ତେବେ ସେହିପରି ଓଡିଶା ଇତିହାସର ଆଉ ଏକ ନୂତନ ପୃଷ୍ଠାରେ ଓଡ଼ିଶାର ଗୌରବ ବର୍ଣ୍ଣିତ, କାରଣ ଓଡିଶାର ସରପଞ୍ଚଙ୍କ ଉପରେ ପ୍ରସ୍ତୁତି ହୋଇଛି ବଲିଉଡ୍ ଫିଲ୍ମ । ଗଞ୍ଜାମ ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ତିଆରି ହୋଇଛି ଫିଲ୍ମ । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚ ଙ୍କ କାହାଣୀ । ଦେଶର ସବୁଠୁାରୁ କନିଷ୍ଠ ସରପଞ୍ଚ ଥିଲେ ଆରତୀ । ତେବେ ଆରତୀ ଏକ ପ୍ରମୁଖ ବ୍ୟାଙ୍କରେ ଇନ୍ଭେଷ୍ଟମେଂଟ ଅଫିସର ଚାକିରି ଛାଡି ଗାଁ ରାଜନୀତିକୁ ଆସିଥିଲେ ଓ ତାଙ୍କ ସମୟରେ ପଂଚାୟତର ଉନ୍ନତି ଶୀର୍ଷରେ ପହଂଚିଥିଲା । ପକ୍କା ରୋଡ୍, ବିଦ୍ୟୁତ୍ ସଂଯୋଗ, ପିଡିଏସରେ ସରଳୀକରଣ ବ୍ୟବସ୍ଥା କରିବା ସହିତ ନିଜ ପଂଚାୟତରେ ଦେଢ ଲକ୍ଷ ଗଛ ଲଗାଇ ଚର୍ଚ୍ଚା ବିଷୟ ସୃଷ୍ଟି କରିଥିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ଖାଲି ସେତିକି ନୁହେଁ ନିଜ ପଞ୍ଚାୟତରେ ଟିପ ନୁହେଁ ଦସ୍ତଖତ ଅଭିଯାନରେ ୭ ଶହ ନିରକ୍ଷର ମହିଳାଙ୍କୁ ସ୍ୱାକ୍ଷର କରାଇଥିଲେ ଆରତୀ ଦେବୀ । ତେବେ ଏଭଳି ଜଣେ ସ୍ୱତନ୍ତ୍ର ମହିଳାଙ୍କୁ ନେଇ ସାରା ଓଡିଶା ଆଜି ଗର୍ବିତ । 

Subscribe

National International State Sports Entertainment