ଜଗତସିଂପୁର: ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ମହିଳା ମାନେ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି। ନିଜର ଲୁକ୍କାୟିତ ପ୍ରତିଭାକୁ ସୁବିନିଯୋଗ କରି ଆଜି ଗ୍ରାମରେ ରହୁଥିବା ମହିଳାମାନେ କପଡା ତୁଳାରେ ସୁନ୍ଦର ସୁନ୍ଦର ଟେଡି, କଣ୍ଢେଇ, ବାଘ, ଭାଲୁ, ଠେକୁଆ,ଶୁଆ, ଭଳି ବିଭିନ୍ନ ପଶୁ ପକ୍ଷୀ, ଭ୍ୟାନିଟ ବ୍ୟାଗ, ପର୍ସ, ଚାନ୍ଦୁଆ ଆଦି ତିଆରି କରି ଏହାକୁ ବିକ୍ରୀ କରି ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସ୍ଥିତ ଆହାଣା ଗ୍ରାମରେ ୩୦ ରୁ ଉର୍ଦ୍ଧ୍ ମହିଳା ସତ୍ୟସାଇ ଉତ୍ପାଦିକା ଗୋଷ୍ଠୀ ଗଠନ କରି ଦୈନିକ ୨ରୁ ୩ ଘଣ୍ଟା ସମୟ ବାହାର କରି ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଣ୍ଢେଇ। ଏହା ସହ ବଜାରର ଚାହିଦା ମୁତାବକ ଭ୍ୟାନିଟ ବ୍ୟାଗ୍ ଓ ଚାନ୍ଦୁଆ ଆଦି ତିଆରି କରୁଛନ୍ତି।
ତେବେ ପ୍ରଥମରୁ କ୍ଷତି ସହିଥିଲେ ହେଁ ପରସ୍ପରର ସହଯୋଗରେ ପୁନଶ୍ଚ କାମ ଆରମ୍ଭ କରିଥିଲେ ମହିଳା ମାନେ। ପରିଶ୍ରମର ଫଳ ସ୍ୱରୂପ ଦୁଇ ଲକ୍ଷ ୪ହଜାର ଟଙ୍କାର ସରକାରୀ ପ୍ରୋତ୍ସାହନ ଏହି ଉତ୍ପାଦିକା ଗୋଷ୍ଠୀକୁ ମିଳିଥିଲା । ସରକାରୀ ପ୍ରୋତ୍ସହନ ସହ କାର୍ଯ୍ୟ କରିବା ପାଇଁ ଗୋଟେ ଗୃହର ଆବଶ୍ୟତା ଥିବା ବେଳେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି।