ଫିଡେ ମହିଳା ଗ୍ରାଁଣ୍ଡ ପ୍ରିକ୍ସ ଚେସ୍‌ ପ୍ରତିଯୋଗିତା ବିଜୟିନୀ ଆଲେକଜାଣ୍ଡ୍ରା
Khabar Odisha:Alexandra-Kosteniuk-wins-Womens-Grand-Prix-Munich
ଭୁବନେଶ୍ୱର, ଏପ୍ରିଲ ୭(ଖବର ଓଡିଶା)

ପ୍ରଥମ ଥର ପାଇଁ ଭାରତରେ ଫିଡେ ମହିଳା ଗ୍ରାଁଣ୍ଡ ପ୍ରିକ୍ସ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୨୫ରୁ ଏପ୍ରିଲ୍‌ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରୁଷୀୟ ଗ୍ରାଣ୍ଡମାଷ୍ଟର୍‌ ଆଲେକଜାଣ୍ଡ୍ରା ଗୋରୢାଚିକନା ବିଜୟିନୀ ହୋଇଛନ୍ତି। କାଜିକିସ୍ତାନ ଆଇଏମ୍‌ ବିବିସାରା ସାଉବାୟେଭା ଏବଂ ଚୀନ୍‌ ଡବଲ୍ୟୁଜିଏମ୍ ଝୁ ଜିନର୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି। ତେବେ ତିନିଜଣ ଯାକ ଖେଳାଳି ସମାନ ପଏଣ୍ଟରେ ରହିଥିବା ବେଳେ ଉନ୍ନତ ଟାଇବ୍ରେକ୍‌ ଯୋଗେ ବିଜେତା ନିର୍ଣ୍ଣୟ କରାଯାଇଥିଲା ଏବଂ ଏହି ପ୍ରତିଯୋଗିତାର ପ୍ରଥମ ଦୁଇ ଚରଣ ୨୦୦୨ରେ ଆଷ୍ଟାନା ଓ ୨୦୨୩ ଫେବ୍ରୁଆରିରେ ମ୍ୟୁନିକ୍‌ରେ ଖେଳାଯାଇଥିଲା। ଭାରତ ପ୍ରଥମ ଥର ଆୟୋଜନ କରିଥିବା ବେଳେ କୋନେରୁ ହମ୍ପି, ଦ୍ରୋଣାବଳି ହାରିକା, ‌ବୈଶାଳୀ ରମେଶବାବୁ ପ୍ରତିନିଧିତ୍ବ କରିଥିଲେ। ନୂଆଦିଲ୍ଲୀର ଲୀଲା ଆମ୍ବିଆନ୍ସ କନଭେନସନ୍‌ ହୋଟେଲରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଆଇସିଏଫ୍‌ ସଭାପତି ସଂଜୟ କପୁର, ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, କିଟ୍‌-କିସ୍‌ କ୍ରୀଡ଼ା ବିଭାଗ ମୁଖ୍ୟ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସବୁ କ୍ଷେତ୍ରରେ ଅଗ୍ରସର ଭାରତ ଏବେ ଦିନକୁ ଦିନକୁ କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ୍ ରୁଚି ରଖିବା ସହିତ ଅନେକ କ୍ରୀଡା ଭିତିକ କୀର୍ତି ଅର୍ଜନ କରୁଛି। 

Subscribe

National International State Sports Entertainment