ଭୁବନେଶ୍ୱର : ଦୀର୍ଘ ଦିନ ଧରି କରୋନା ମହାମରୀ ଯୋଗୁଁ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବନ୍ଦ ହୋଇ ପଡିଥିଲା । ମାତ୍ର ଏବେ ଧିରେ ଧିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସଜେଇ ହେଉଛି ଓଡ଼ିଶା ଟୁରିଜିମ୍ । ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ପର୍ଯ୍ୟଟନର ଇକୋ ରିଟ୍ରିଟ୍ ର ଦ୍ୱିତୀୟ ସଂସ୍କରଣ ।
ପ୍ରଥମ ସଂସ୍କରଣ ବିଦେଶୀ ପର୍ଯ୍ରଟକଙ୍କ ସହିତ ଡୋମେଷ୍ଟିକ୍ ଟୁରିଷ୍ଟଙ୍କୁ ମଧ୍ୟ ଆକୃଷ୍ଟ ରହିଥିବା ବେଳେ ଆଜି ପୁଣି ଏହାର ଦ୍ୱିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ୩ ମାସର ଏହି ଇକୋ ରିଟ୍ରିଟ୍ କୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
ଆଜିଠାରୁ କୋଣାର୍କର ରାମଚଣ୍ଡୀ ବେଳାଭୂମି, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡି ଏବଂ ହୀରାକୁଦଠାରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହା ଫେବୃଆରି ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ତେବେ ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନର ଏହି ଅଭିନବ ପ୍ରୟାସ ଗତ ଥର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥିଲା ଏବଂ ଚଳିତ ଥର ମଧ୍ୟ ଏହା ପୂର୍ବ ଅପେକ୍ଷା ଅଧିକ ସଫଳ ହେବ ବୋଳି ଆଶା କରିଛନ୍ତି ଓଡ଼ିଶା ଟୁରିଜିମ୍ କର୍ତ୍ତୁପକ୍ଷ ।