କଳାହାଣ୍ଡି: ସାଦା ପୋଷାକରେ ଚୋର ଧରିବାକୁ ଯାଇଥିବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଚୋର ଭାବି ପୋଲିସକୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସକୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ଡୁଙ୍ଗେରୀ ଗ୍ରାମକୁ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା । ପୋଲିସ ପୋଷାକ ନ ପିନ୍ଧି ଥିବାରୁ ଗ୍ରାମବାସୀ ଚୋର ବୋଲି ଭାବିଥିଲେ । ଏହା ପରେ ଗ୍ରାମବାସୀ ପୋଲିସ ଅଧିକାରୀଙ୍କୁ ଧରିଥିଲେ ପଚରାଉଚରା କରିଥିଲେ । ତୁମୁଡ଼ିବନ୍ଧ ଥାନା ପନ୍ଦରମାଇଲ ଟୋଲଗେଟ୍ ନିକଟରେ ଗ୍ରାମବାସୀ ପୋଲିସକୁ ମାଡ଼ ମାରିବା ଆରମ୍ଭ କରିଥିଲେ । ପୋଲିସ ଅଧିକାରୀ ଜଣକ ନିଜର ପରିଚୟ କହିବା ସତ୍ତ୍ୱେ ତାଙ୍କୁ ଛାଡ଼ି ନ ଥିଲେ । ତେବେ ଏ ନେଇ ଯାଞ୍ଚ ଆରମ୍ଭ ହୋଇଛି ।