ରାୟଗଡା: ପୁଣି ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟ ପ୍ରେମୀ ଯୁଗଳଙ୍କୁ ସଜେଇ ଦେଲେ ବଳଦ । ଏଭିଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତରେ।
ସୂଚନା ଅନୁଯାୟୀ, ପ୍ରେମୀ ଯୁଗଳଙ୍କ ବେକରେ ହଳ ବାନ୍ଧି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ନିଜ ପିୟୁସିଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଦଣ୍ଡ ଦେଇଛନ୍ତିl ପୁତୁରା ଲାକ ସାରାକା ଏବଂ ପିୟୁସି କୋଡିୟା ସାରାକା ଙ୍କୁ ଏଭଳି ଅମାନବୀୟ ଦଣ୍ଡ ଦେବାର ନଜରକୁ ଆସିଛି। ଏକ ସପ୍ତାହ ପୂର୍ବରୁ ଘଟିଥିଲା ଏହି ଘଟଣା ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଆସିଛି ଲୋକଲୋଚନକୁ । ଏ ନେଇ ପରିବାର ଲୋକଙ୍କ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।