ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ଅସହ୍ୟ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଶୁକ୍ରବାର ଦେଓଗଡ ଜିଲ୍ଲାର ହ୍ରାହୁଣୀ ପାଲି ପଂଚାୟତ କଣ୍ଟା ବାହାଲ ଗ୍ରାମର ଲିଙ୍ଗ ନେହେରା ନାମକ ଜଣେ ଯୁବକଙ୍କ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସକାଳେ ବିଙ୍ଗ ବେହେରା ମହୁଲ ଗୋଟାଇବା ପାଇଁ ଯାଇଥିଲେ । କିନ୍ତୁ ଦିନ ୧୨ ଟା ସେ ଘରକୁ ଫେରିନଥିଲେ । ଏବଂ ଗ୍ରାମବାସୀ ଓ ପରିବାର ଲୋକ ଖୋଜାଖୋଜି କରିବା ପରେ ସଂଧ୍ୟା ୫ ଘଟିକା ସମୟରେ ଏକ ମହୁଲ ଗଛ ମୂଳରୁ ବୃଦ୍ଧଙ୍କ ମୃତଦେହ ମିଳିଥିଲା । ତେବେ ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ହୋଇଥିବା ଅନୁମାନ କରାଯାଉଥିବା ବେଳେ କୁଣ୍ଡେଇଗୋଲ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବବ୍ୟଚ୍ଛେଦ ପାଇଁ ଦେଓଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ସେପଟେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବସାଲଇ ଥାନା ବାରକୋଟ ଗାଁ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ମଧ୍ୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।