ରଘୁନାଥପୁର ତହସିଲ ଅଧୀନ କୋଟକଣା ଗ୍ରାମ ହଂସୁଆ ନଦୀ ପାଖରେ ଥିବା ଜଙ୍ଗଲ ଭୂମିରୁ ବିଳମ୍ବିତ ରାତିରେ ମାଟି ଖୋଳି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ରାତି ସମୟରେ ମାଟି ଖୋଳି ହାଇୱାରେ ନେଉଥିବା ସମୟରେ ଗ୍ରାମବାସୀ ପହଁଚିବା ସହ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମାଟି ଚୋରା ଚାଲାଣ କରୁଥିବା କମ୍ପାନୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ୫୫ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହି ରାଜପଥ ନିର୍ମାଣ ପାଇଁ ପ୍ରଚୁର ମାଟି ଏବଂ ବାଲିର ଆବଶ୍ୟକତା ଥିବାବେଳେ ମାଟି ଓ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି କାମ ଏଆରଏସଏସ କମ୍ପାନୀକୁ ମିଳିଛି । ତେବେ ରାଜସ୍ଵ ବଞ୍ଚାଇବା ପାଇଁ ଏବଂ ଅଧିକ ଲାଭ ଆଶାରେ ଚୋରାଛପାରେ ବିଭିନ୍ନ ଅଞ୍ଚଳରୁ ବାଲି, ମାଟି ସଂଗ୍ରହ କରାଯାଉଛି । ବିଳମ୍ବିତ ରାତିରେ ହିଟାଚି ମେସିନ ସାହାଯ୍ୟରେ ୧୨ ଟି ହାଇୱା ଗାଡ଼ିରେ ମାଟି ଚାଲାଣ ହେଉଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା। ଗ୍ରାମବାସୀ ଗାଡିଗୁଡିକୁ ଅଟକାଇ ରଘୁନାଥପୁର ଥାନା ଓ ତହସିଲକୁ ଖବର ଦେଇଥିଲେ।
ଅଧିକ ପଢନ୍ତୁ : ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ