ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଣିଷଙ୍କ ପରି ମହାପ୍ରଭୁ ମଧ୍ୟ ଶ୍ରୀ ଅଙ୍ଗରେ ଚନ୍ଦନ ଲଗାଇ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରିଡା କରିବେ । ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ସାର ବୁଡାଇ ରଖାଯାଇଥିବା ଚାପ ଡଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡଙ୍ଗାକୁ ଭୋଇ ସେବକମାନେ ଉଦ୍ଧାର କରିଛନ୍ତି । ଏବଂ ଏହି ଚାପ ଡଙ୍ଗା ଗୁଡିକୁ ଆବଶ୍ୟକୀୟ ମରାମତି ପରେ ଏହାକୁ ରଙ୍ଗ କରାଯିବ । ତେବେ ଆସନ୍ତା ୧୦ ତାରିଖରେ ଅକ୍ଷୟ ତୃତୀୟା ବା ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ମଦନମୋହନ ଭୂଦେବୀ, ଶ୍ରୀଦେବୀ ଓ ପଂଚୁ ପାଣ୍ଡବଙ୍କ ସହ ସୁସଜ୍ଜିତ ନନ୍ଦାଭଦ୍ରା ଚାପ ଡଙ୍ଗାରେ ବସି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ।