ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଡଚାଟରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ଛକରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ଜଣଙ୍କ ବଡଚାଟରା ଗ୍ରାମର ସ୍ୱର୍ଗତ ଡମ୍ବରୁ ମହାନ୍ତଙ୍କ ଏକମାତ୍ର ପୁଅ ଗୋପାଳ ମହାନ୍ତ ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ଦିନ ଦ୍ୱିପ୍ରହରରେ ବଡଚାଟରା ଗାଁ କେନାଲ ଛକ ଠାରେ ସାନଚାଟରାର ଗ୍ରାମର କିଛି ଲୋକଡମ୍ବରୁଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଏନେଇ ଡମ୍ବରୁଙ୍କ ମା ସରସ୍ୱତୀ ମହାନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ଲୋକଙ୍କ ସହାୟତାରେ ପୁଅକୁ ଉଦ୍ଧାର କରିଥିଲେ। ଏବଂ ଘରେ ପହଂଚିବା ପରେ ଡମ୍ବରୁଙ୍କ ଛାଟିରେ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ପାଖରେ ଥିବା ଶିର୍ଶା ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଝାରପୋଖରିଆ ଥାନାରେ ଛଅ ଜଣକ ନାମରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଝାରପୋଖରୀଆ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।