ଭୁବନେଶ୍ୱର: ଖୁବଶୀଘ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କୁ ଟଙ୍କା ମିଳିବ । ଏ ନେଇ ସରକାର ଖୁବଶୀଘ୍ର ନୀତିଗତ ନିଷ୍ପତି ନେବେ ବୋଲି ବୁଧବାର କହିଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ।
ସେ କହିଛନ୍ତି, ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କ ଟଙ୍କା ଫେରସ୍ତ ନେଇ ଚିନ୍ତନ ଚାଲିଛି । ଏ ନେଇ ସରକାର ନୀତିଗତ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ଶେଷ କରାଯିବ । ଚିଟଫଣ୍ଡ ମାମଲାରେ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କିପରି ଉପସ୍ଥାପନ ହେବ ସେ ନେଇ ମାନସମନ୍ଥନ ଚାଲିଛି ।
ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟାରେ ପୁଣି ଥରେ ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ୍ କରିଛନ୍ତି । ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା, କିନ୍ତୁ ସେ ତାହା କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମନମୋହନ ସାମଲ । ଏହା ସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି ।