ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କିୟ କହି ଲୋକଙ୍କୁ ଚୂନ ମାରିଛନ୍ତି ଜଣେ ବ୍ୟକ୍ତି । ଚାକିରି କରାଇଦେବା, ଟ୍ରାନ୍ସଫର କରାଇଦେବା, ଏମିତିକି ପ୍ରଟ୍ରୋଲ ପମ୍ପ କରାଇଦେବା ବାହାନାରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । ଏଭଳି କାରନାମା କରିଥିବା ବ୍ୟକ୍ତିକୁ ବାନ୍ଧିଛି କ୍ୟାପିଟାଲ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ରାହୁଲ ସାହୁ ।
ରାହୁଲ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ବୋଲି ସମସ୍ତଙ୍କୁ ନିଜର ପରିଚୟ ଦେଇଥିଲା । ଏମିତିକି ତାର ବହୁତ ନେତା ମନ୍ତ୍ରୀ ଚିହ୍ନା ମଧ୍ୟ ଅଛନ୍ତି । ଚାକିରି କରାଇଦେବି ,ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ଖୋଲିଦେବି କହି ଲୋକଙ୍କଠାରୁ ଟଙ୍କା ଲୁଟ କରିଥିଲା । ସେ ସବୁବେଳେ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ । ନିଜ ସୋସିଆଲ ମିଡିଆରେ ନେତା ମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ । ତାହାକୁ ଦେଖାଇ ସେ ଲୁଟିଥିଲେ । କିନ୍ତୁ ପରେ ସେ ଧରାଛୁଆଁ ଦେଇ ନ ଥିଲେ ।
ଏ ବାବଦରେ କିଛି ବିଜେପି କର୍ମୀ ଜାଣିବା ପରେ ଗତକାଲି ରାତିରେ ମାଷ୍ଟର କ୍ୟାଣ୍ଟିନ୍ର ଏକ ଲଜ୍ରୁ ଲୁଚି ପଳାଇବାକୁ ଉଦ୍ୟମ କରୁଥିବାବେଳେ ମାଡ଼ି ବସିଥିଲେ । ଏହା ପରେ କ୍ୟାପିଟାଲ ଥାନା ପୋଲିସର ଜିମା ଦେଇଥିଲେ । ପୋଲିସ ତାର ଫୋନ ଜବତ କରିବା ସହ ପଚରାଉଚରା କରୁଛି ।