ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ । ପାରାଦ୍ୱୀପ ପୋର୍ଟ ଏସକ୍ୟୁ ବର୍ଥରେ ଲାଗିଥିବା ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଜାହାଜର ହାଚରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏବଂ ପଣ୍ୟ ଖଲାସ ପରେ ଶ୍ରମିକ ଜଣଙ୍କ ହାଚରୁ ବାହାରିବା ପୂର୍ବରୁ ହାଚ କଭର ପକାଇ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କର୍ମଚାରୀ ମାନେ ସନ୍ଦେହ କରୁଛନ୍ତି । ତେବେ ଶ୍ରମିକ ଜଣକ ସ୍ଥାନୀୟ ଏକ ଷ୍ଟିଭେଡର ସଂସ୍ଥା ଅଧୀନରେ କରୁଥିବା ବେଳେ ତାଙ୍କ ଘର ବଡମ୍ବାରେବୋଲି ଜଣାପଡିଛି ।