ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରୋଡ଼ ଶୋ ଅନୁଷ୍ଠିତ ହୋଇଯାଇଛି । ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚ୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ହଜାର ହଜାର ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହି ରୋଡ଼ ଶୋ ବାଲିକୁଦା ବ୍ଲକ ଆମ୍ବଶାଳ ନିକଟରୁ ବାହାରି ତହସିଲ ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ ଓ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ଅବଗତ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା ।
ଅଧିକ ପଢନ୍ତୁ : ବିଧାୟକ ପ୍ରାର୍ଥୀ ଉମା ରଥଙ୍କୁ ଆକ୍ରମଣ