ତାଇୱାନରେ ବଡ ଧରଣର ଭୂକମ୍ପ ହୋଇଛି । ଗତକାଲି ସଂଧ୍ୟା ୫ଟା ମିନିଟରେ ତାଇଓା୍ୱନରେ ପ୍ରଥମ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏବଂ ଏହାର କିଛି ସମୟ ପରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଥିଲା । ତେବେ ଗତକାଲିରୁ ଆଜି ଭୋର ପର୍ଯ୍ୟନ୍ତ ତାଇଓା୍ୱନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ହୋଇଥିଲା । ଏବଂ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି ଆକଳନ କରାଯାଇଛି। ତେବେ ଗତକାଲି ମାତ୍ର ୯ ମିନିଟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ଏବଂ ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗତକାଲି ଭୂକମ୍ପ ଯୋଗୁଁ ତାଇଓା୍ୱନର ବହୁ କୋଠା ଭୁସୁଡି ପଡିଥିବା ବେଳେ ଆଉ କିଛି ରାସ୍ତା ଆଡକୁ ଢଳି ରହିଛି । ଏବଂ ଏଥିରେ ମୃତାହତଙ୍କ ସୂଚନା ମିଳିନଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଉଦଧାର କାର୍ଯ୍ୟ ଜାରି ରହିଛି ।