ରାଜ୍ୟରେ ସ୍ଥଗିତ ହେଲା ବସ୍ ଧର୍ମଘଟ । ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିବ ବୋଲି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ । ସୂଚନା ଅନୁସାରେ ଏହି ଧର୍ମଘଟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ । ପୂର୍ବରୁ ଆସନ୍ତାକାଲିଠାରୁ ରାଜ୍ୟରେ ବସ୍ ଧର୍ମଘଟ ନେଇ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରିଥିଲେ ଘରୋଇ ବାସ ମାଲିକ ସଂଘ । ଯାହାକୁ ନେଇ ଧର୍ମଘଟ ଦେବାକୁ ଡାକରା ଦେଇଥିଲା ସଂଘ । ହେଲେ ଆଜି ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ବସିଥିଲା । ବୈଠକ ପରେ ଘରୋଇ ବସ୍ ସଂଘ କହିଥିଲା ଯେ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି ଏବଂ ଆନ୍ଦୋଲନ ସ୍ଥଗିତ ପାଇଁ ସୂଚନା ଦେଇଛି । ସଂଘ ଅନୁସାରେ ଲକ୍ଷ୍ମୀ ବସ୍ ଯୋଜନାରେ ବସ୍ ଚାଲିଲେ ଘରୋଇ ବସ ମାଲିକଙ୍କୁ ଅନେକ କ୍ଷତି ସହିବାକୁ ପଡିବ ଏବଂ ଏହା ଚାଲିବାକୁ ନେଇ ରାଜ୍ୟ ସରକାର ସେମାନଙ୍କ ସହ କୌଣସି ଆଲୋଚନା ମଧ୍ୟ କରିନାହାନ୍ତି । ଯାହାର ପ୍ରଭାବରେ ଆସନ୍ତାକାଲିଠାରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ନେଇ ଡାକରା ଦେଇଥିଲା କିନ୍ତୁ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ସଂଘ । ଏହି ଧର୍ମଘଟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ।
ଅଧିକ ପଢନ୍ତୁ:ମାଆର କୋହଭରା ନିବେଦନ : ଜଣେ ଅଭିଯୁକ୍ତ ତ ମରିଛି, ଆଉ ଜଣକୁ ବି ଫାଶୀ ଦିଅ