ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶୁକ୍ରବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ ତଥା ୨୦୨୪ ବିଜେପି ବିଧାୟକ ପାର୍ଥି କେ ନାରାୟଣ ରାଓ ବିଶାଳ ବାଇକ ଶୋଭାଯାତ୍ରାରେ ଲବନ୍ୟଗଡ ଠାରୁ ବାହାରି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। ତେବେ ଶୋଭାଯାତ୍ରା ଗାରାବନ୍ଧ,ଗୋସାଣି, ଗୁରାଣ୍ଡି ଇତ୍ୟାଦି ଗ୍ରାମକୁ ଯାଇ ପାରଳାଖେମୁଣ୍ଡି ସହରରେ ପହଞ୍ଚି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗତ ଗୁରୁବାର ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । କାଶୀନଗର ଓ ଗୋସାଣିର ବହୁ ତୃଣମୂଳ ସ୍ତରର ନେତାମାନେ ବିଜେପିରେ ସାମିଲ ହେଲା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ବଢିଥିଲା । ତେବେ ଗୁରୁବାର ହୋଇଥିବା ମିଶ୍ରଣ ପର୍ବରେ ଶ୍ରୀ ରାଓ ନିଜ ନାମାଙ୍କନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ବି ଫର୍ମ ସାଙ୍ଗରେ ନେଇ ପାରଳାଖେମୁଣ୍ଡି ଫେରିଥିଲେ । ତେବେ ଅନ୍ୟଦଳର ନେତା ବିଜେପିରେ ସାମିଲ ହେଲା ପରେ ତୃଣମୂଳ ସ୍ତରରେ ଦଳର ସ୍ଥିତି ସୁଦୃଢ ହେବା ସହ ନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେପି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କରିବ ବୋଲି କହିଛନ୍ତି କେ ନାରାୟଣ ରାଓ।
ଅଧିକ ପଦଃନ୍ତୁ : ବିଜେପି ମିଶ୍ରଣ ପର୍ବରେ ଯୋଗଦେଲେ ସମ୍ବଲପୁର ବାସିନ୍ଦା