ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଆତ୍ମବିଶ୍ୱାସୀ ଅଗ୍ନିବୀର ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ଏଥିସହ ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡି ହୋଇଛି ବୋଲି ସେ କହିଛନ୍ତି। ବୀରତ୍ୱର ଅର୍ଥ କେବଳ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ ଉଦ୍ଦେଶ୍ୟ ସବୁଠୁ ବଡ ହେବା ଦରକାର ବୋଳି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ସଫଳ ହେଉଛି। ସମ୍ବଲପୁରରେ ବିଶେଷ ଭାବରେ ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ନାରୀଶକ୍ତିଙ୍କ ଆଗ୍ରହ ତାଙ୍କୁ ବେଶ ଉତ୍ସାହିତ କରିଛି ବୋଲି ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀର ମାନଙ୍କୁ ସାକ୍ଷାତ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି।